ଫନି ପ୍ରଭାବ ପାଇଁ ରେଳସେବା ବାଧାପ୍ରାପ୍ତ ; ୭ଟି ଟ୍ରେନ ବାତିଲ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫନି ପାଇଁ ଜନଜୀବନ ଖୁବ ପ୍ରଭାବିତ ହେଉଛି। ବାତ୍ୟା ପ୍ରଭାବରେ ରେଳସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। କ୍ଷୟକ୍ଷତି କାରଣରୁ ପୂର୍ବରୁ ଟ୍ରେନ ବାତିଲ କରାଯାଇଥିବା ବେଳେ ମଙ୍ଗଳବାର ପୁଣି ପୂର୍ବତଟ ରେଲୱେ ୭ଟି ଟ୍ରେନ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ,ନୀଳାଚଳ ଏକ୍ସପ୍ରେସ,ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ଯିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ, ବୁଧବାର ଯିବାକୁ ଥିବା ଚେନ୍ନାଇ-ସନ୍ତ୍ରାଗାଚ୍ଛି ଏକ୍ସପ୍ରେସ, ବାତିଲ ହୋଇଛି। ଟ୍ରେନ ସେବା ବାତିଲ ସହ କିଛି ଟ୍ରେନ ଗୁଡ଼ିକର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର-ପୁଡ଼ୁଚେରୀ ଏକ୍ସପ୍ରେସ ଆଜି ରାତି ୧୨ଟା ପରିବର୍ତ୍ତେ ୧ଟା, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ରାତି ୧୨ଟା୩୦, ଭୁବନେଶ୍ୱର-ପୁନେ ଏକ୍ସପ୍ରେସ ରାତି ୧୧ଟା୪୫ରେ ଛାଡ଼ିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି। ଏତଦ ବ୍ୟତୀତ କିଛି ଟ୍ରେନ ରୁଟରେ ଆଂଶିକ ପରିବର୍ତ୍ତନ ମଧ୍ୟ କରାଯାଇଥିବା ଜଣାପଡ଼ିଛି।

Comments are closed.