ପେଥାଇ ପାଇଁ ଟ୍ରେନ ଉପରେ କଟକଣା

0

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ପେଥାଇ’ ପାଇଁ ରେଲୱେ କର୍ତ୍ତୁପକ୍ଷଙ୍କ ତରଫରୁ କିଛି ଟ୍ରେନ ଉପରେ କଟକଣା ଲାଗୁ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା ମଧ୍ୟ ହୋଇଛି। ହାୱଡ଼ା – ଚେନ୍ନାଇ ମେଲ ନୂଆପଡ଼ାରୁ ଯାଇ ବିଜୟନଗରମରେ ରହିବ। ସାଲିମାର – ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ପଲାସାରେ ନିୟନ୍ତ୍ରିତ ହେବ। ହାୱଡ଼ା – ଯଶୋବନ୍ତପୁର ଏକ୍ସପ୍ରେସ ବିଶାଖାପାଟଣାରେ ରହିବ। ଭୁବନେଶ୍ୱର – ବେଙ୍ଗଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ବିଶାଖାପାଟଣାରେ ରହିବ। ପୁରୀ – ତିରୁପତି ଏକ୍ସପ୍ରେସ ୧ଟା୧୫ ପରିବର୍ତ୍ତେ ୫ଟା ୧୫ରେ ପୁରୀ ଛାଡ଼ିବ ବୋଲି ସୂଚନା ମିଳିଛି।

Leave A Reply