ଭାରତ ବନ୍ଦ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

0

ଭୁବନେଶ୍ୱର: ଭାରତ ବନ୍ଦ ପ୍ରଭାବ ଯୋଗୁଁ ରେଳବାଇ ଅଧୀନରେ ଚାଲୁଥିବା କିଛି ଟ୍ରେନକୁ ବାତିଲ କରାଯାଇଛି। କେନ୍ଦୁଝର-ଭୁବନେଶ୍ୱର-କେନ୍ଦୁଝର ପାସେଞ୍ଜର ଟ୍ରେନ, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ, ଭୁବନେଶ୍ୱର-ହାୱଡା-ଭୁବନେଶ୍ୱରର ଶତାଦ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି, କଟକ-ପାରାଦୀପ-କଟକ ପାସେଞ୍ଜର ଟ୍ରେନ, ପୁରୀ-କଟକ ପାସେଞ୍ଜର ଟ୍ରେନ, କଟକ-ଭଦ୍ରକ-କଟକ ପାସେଞ୍ଜର ଟ୍ରେନ, ଭୁବନେଶ୍ୱର-ବିଶାଖାପାଟନମ-ଭୁବନେଶ୍ୱର ଇଣ୍ଟରସିଟି, ପାରାଦୀପ-କଟକ ପାସେଞ୍ଜର ଟ୍ରେନ, ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଇତ୍ୟାଦି ଟ୍ରେନ ଗୁଡିକୁ ଉଭୟ ଦିଗରୁ ବାତିଲ କରାଯାଇଛି।

Leave A Reply