ମାଲବାହୀ ଟ୍ରେନର ୯ଟି ବଗି ଲାଇନଚ୍ୟୁତ

0

ପାରାଦୀପ: ଅଠରବାଙ୍କି ରେଲୱେ କଲୋନୀ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ ର ନଅଟି ବଗି ଲାଇନ୍ ଚ୍ୟୁତ ହୋଇଛି। ରେଳ ଧାରଣା ଉପରେ ପ୍ରବଳ ମାତ୍ରାରେ କୋଇଲା ଗୁଣ୍ଡ ଗଦା ହେଇ ରହିଥିଲା। ଟ୍ରେନଟି ପାରାଦୀପ ବନ୍ଦର ଭିତରେ ମାଲ୍ ଖଲାସକରି ତାଳଚେର ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଛି । ବନ୍ଦର କର୍ତ୍ତୃପକ୍ଷ ଜୋର୍ ସୋରରେ ଉଦ୍ଧାର କାର୍ୟ୍ୟରେ ଲାଗିପଡିଛନ୍ତି । ତେବେ ଏଠାରେ ଟ୍ରେନରୁ ପ୍ରତିଦିନ ଚୋରମାନେ ଲକ୍ଷାଧିକ ଟଙ୍କାର କୋଇଲା ଚୋରି କରିଥାନ୍ତି । ଯାହା ଫଳରେ କୋଇଲାଗୁଣ୍ଡ ବର୍ଷ ବର୍ଷ ଧରି ଏଠାରେ ଗଦାହୋଇ ରହିଥାଏ । ଏହି ଗଦା କୋଇଲା ଧିରେ ଧିରେ ରେଳ ଧାରଣା ଉପରେ ରହି ଦୁର୍ଘଟଣା ଘଟିଛି । ତେବେ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ସୁଧା କୌଣସି କାର୍ୟାନୁଷ୍ଠାନ ନନେଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

Leave A Reply