ଟ୍ରେନ ୧୮ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

0

ନୂଆଦିଲ୍ଲୀ : ସ୍ବଦେଶ ଜ୍ଞାନକୌଶଳରେ ନିର୍ମିତ ଦ୍ରୁତଗାମୀ ରେଳଗାଡି ଟ୍ରେନ-୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ନାମିତ କରାଯାଇଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି ଯେ ସ୍ବଦେଶୀ ମାନ୍ୟତା ଦେବା ଲାଗି ଟ୍ରେନର ନାମ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଚଳାଚଳ କରିବ। ଏହା ସର୍ବାଧିକ ୧୬୦ କିମି ବେଗରେ ଗତି କରିପାରିବ। ୧୬ ବଗି ବିଶିଷ୍ଟ ଏହି ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଲୋକାର୍ପଣ କରିବେ। ରାୟବରେଲିସ୍ଥିତ ଅତ୍ୟାଧୁନିକ ରେଳଡବା ତିଆରି କାରଖାନାରେ ୯୭କୋଟି ଟଙ୍କାରେ ଏହା ତିଆରି ହୋଇଛି। ଏହି ଟ୍ରେନ ଶତାବ୍ଦୀ ଏକ୍ସପ୍ରେସର ନୂଆପିଢି ହେବାକୁ ଯାଉଛି।

Leave A Reply