ରେଳ ଧାରଣାରେ ବୋମା ଗୁଜବ ; ରେଳ ଚଳାଚଳ ବନ୍ଦ

0

ପିପିଲି: ବୀରପୁରୁଷୋତ୍ତମପୁର ଷ୍ଟେସନର ରେଳ ଧାରଣା କଡ଼ରୁ ଏକ ଖୋଲା ଆଟାଚି ଜବତ ହୋଇଛି । ଏଥିରେ ବିଦ୍ୟୁତ୍‌ ତାର ଲାଗିଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ବୋମା ସନ୍ଦେହରେ ସ୍ଥାନୀୟଲୋକ ଆତଙ୍କିତ ହୋଇଥିଲେ । ଖୋର୍ଦ୍ଧାରୋଡ -ପୁରୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ଗୁଡ଼ିକ ସାକ୍ଷୀଗୋପାଳ, ବୀରପୁରୁଷୋତମ ପୁର ଆଦି ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା। ଆରପିଏଫ୍ ଅଧିକାରୀ ସହିତ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏଥିରେ ବୋମା ନଥିବା ସ୍ପଷ୍ଟ ହୋଇଥିଲା। ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

Leave A Reply