ମାଓବାଦୀ ଉଡ଼ାଇଲେ ରେଳଧାରଣା

0

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡର ଦନ୍ତେୱାଡା ଜିଲାରେ ମାଓବାଦୀମାନେ ଗୁରୁବାର ଏକ ରେଳଧାରଣା ସମ୍ପୂର୍ଣ୍ଣ ଭାବେ ଉଡାଇ ଦେଇଥିବାବେଳେ ରାସ୍ତାରେ ଆସୁଥିବା ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଏକ ବଡଧରଣର ଦୁର୍ଘଟଣାରୁ ବତ୍ତିଯାଇଛି। କମଲୁର ଓ ଭାତି ରେଳଷ୍ଟେସନ ମଧ୍ୟରେ ମାଓବାଦୀମାନେ ଏକ ରେଳଧାରଣାକୁ ସମ୍ପୂର୍ଣ୍ଣ ଉଡାଇଦେଇ ସେଠାରେ ପୋଷ୍ଟର ଓ ବ୍ୟାନର ଲଗାଇଥିଲେ। ତେବେ ବିଶାଖାପାଟଣା କିରୁଣ୍ଡଲ ଟ୍ରେନଟି ସେହି ସମୟରେ ଏହି ରାସ୍ତା ଦେଇ ଆସୁଥିବାବେଳେ ରଙ୍ଗ ବ୍ୟାନର ଦେଖି ଗାଡି ଚାଳକ ଟ୍ରେନଟିକୁ ରଖି ଦେବା ଫଳରେ ଏକ ନିଶ୍ଚିର୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପରେ ପୁଲିସ ଯାଇ ଘଟଣାରୁ ବ୍ୟାନର ଓ ପୋଷ୍ଟର ଉଠାଇଥିବାବେଳେ ବର୍ତ୍ତମାନ ରେଳବାଇ ବିଭାଗ ପକ୍ଷରୁ ରେଳଧାରଣା ନିକଟରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟସ୍ତ ସହିଦ ସପ୍ତାହ ପାଳନ କରୁଥିବାବେଳେ ଏଥିନେଇ ଏଭଳି କାଣ୍ଡ ସହିଦ ଦିବସ ପୂର୍ବରୁ କାଣ୍ଡ ଘଟାଇଥିବା କୁହାଯାଇଛି।

Leave A Reply