ଟ୍ରେନ୍ ଚଢିଯିବା ପରେ ବି ବର୍ତ୍ତି ଗଲେ ମା ଓ ଛୁଆ

0

ବୁରହାନପୁର: ନେପା ନଗରରେ ଶନିବାର ଦିନ ସମସ୍ତଙ୍କୁ ସ୍ତବ୍ଧ କରିବା ଭଳି ଏକ ଘଟଣା ଘଟିଛି । ଆତ୍ମହତ୍ୟା କରିବା ପାଇଁ ଜଣେ ମହିଳା ନିଜର ଦେଢ ମାସର ଶିଶୁପୁତ୍ର ଧରି ରେଳ ଧାରଣାରେ ଶୋଇଥିଲେ । ସେହି ରେଳ ଧାରଣା ଦେଇ ଦୃତଗତି ଟ୍ରେନଟି ଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ସେମାନେ ବର୍ତ୍ତି ଯାଇଥିଲେ ।


ଘଟଣାଟି ଏହିପରି, ଶନିବାର ଦିନ ସକାଳ ପ୍ରାୟ ସାଢେ ୧୧ଟା ବେଳେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସରୁ ଜଣେ ମହିଳା ଓହ୍ଲାଇଥିଲେ । ସାଙ୍ଗରେ ଦେଢ ମାସର ଶିଶୁପୁତ୍ର ଧରି ନିକଟରେ ଥିବା ଅନ୍ୟ ଏକ ରେଳ ଧାରଣାରେ ଶୋଇ ପଡିଥିଲେ । ବିପରୀତ ଦିଗରୁ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଆସୁଥିବା ପୁଷ୍ପକ ଏକ୍ସପ୍ରେସ ସେମାନଙ୍କ ଉପରେ ଦେଇ ଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଉଭୟ ମା’ ଓ ଛୁଆ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ’ସଖି’ ସେଣ୍ଟରରେ ରଖାଯାଇଛି । ପରେ ସେମାନଙ୍କ ପରିବାର ଲେକାଙ୍କୁ ସୂଚନା ଦିଆଯାଇଛି।


ମହିଳା ଜଣକ ମୁମ୍ବାଇ ଅଈ ଘରକୁ ଯାଉଥିବା ଜଣାପଡିଛି । ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ସାବତ ମା’ ଜଣେ ବିବାହିତ ପୁରୁଷ ସହ ତାଙ୍କର ବିବାହ କରି ଦେଇଥିଲେ । ସ୍ବାମୀ  ତାଙ୍କୁ ଅତ୍ୟାଚାର କରୁଥିଲେ ଏବଂ ପରେ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହୁଥିଲେ । ଶିଶୁପୁତ୍ର ଜନ୍ମ ହେବା ଦୁଇ ମାସ ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥଲେ।

Leave A Reply