ମହିଳା ଟି-୨୦ ଚାଲେଞ୍ଜ୍‍ : ୯ ୱିକେଟରେ ଜିତିଲା ଟ୍ରେଲବ୍ଲେଜର୍ସ୍‍

ସାରଜା : ମହିଳା ଟି-୨୦ ଚାଲେଞ୍ଜ୍‍ ତୃତୀୟ ସଂସ୍କରଣରେ ଗୁରୁବାର ଅନୁଷ୍ଠିତ  ମ୍ୟାଚରେ ଟ୍ରେଲବ୍ଲେଜର୍ସ୍‍ ୯ ୱିକେଟରେ ଭେଲୋସିଟିକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭେଲୋସିଟି ଦଳ ୪୭ ରନ କରିଥିଲା। ତେବେ ଟ୍ରେଲବ୍ଲେଜର୍ସ୍‍ ମାତ୍ର ଗୋଟିଏ ୱିକେଟ ହରାଇ ୭.୫ ଓଭରରେ ୪୯ ରନ୍ କରି ସହଜ ବିଜୟ ହାସଲ କରିଛି। ଭେଲୋସିଟି ପକ୍ଷରୁ ଶେଫାଳୀ ବର୍ମା ସର୍ବାଧିକ ୧୩ ରନ ସଂଗ୍ରହ କରିଥି​ଲେ। ଦଳର ୩ ଜଣ ଖେଳାଳୀ ଶୂନରେ ଆଉଟ ହୋଇଥିବା ବେଳେ ୩ ଜଣ ୧ ରନ ଲେଖାଁଏ ସ୍କୋର କରିଥିଲେ।​‌

ଅନ୍ୟ ପକ୍ଷରେ ଟ୍ରେଲବ୍ଲେଜର୍ସ୍‍ ପକ୍ଷରୁ ଡୋଟିନ୍ ସର୍ବାଧିକ ୨୯ ରନ ସଂଗ୍ରହ କରିଥି​ଲେ।

ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ପୂର୍ବବର୍ଷ ଚମ୍ପିୟନ୍‍ ସୁପରନୋଭାସକୁ ଭେଲୋସିଟି ୫ ୱିକେଟରେ ପରାସ୍ତ କରିଥିଲା।  ଫାଇନାଲ୍‍ ମ୍ୟାଚ୍‍ ଆସନ୍ତା ୯ ତାରିଖ ଦିନ ଖେଳାଯିବ।

Comments are closed.