୧୧ ଅଙ୍କ ବିଶିଷ୍ଟ ହେବ ନାହିଁ ମୋବାଇଲ ନମ୍ବର : ଟ୍ରାଇ

 

ନୂଆଦିଲ୍ଲୀ : ୧୧ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବରକୁ ସୁପାରିସ କରୁଥିବା ନେଇ ପ୍ରକାଶିତ ରିପୋର୍ଟକୁ ରବିବାର ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପ୍ରତ୍ୟାଖ୍ୟାନ କରିଛି । ଟ୍ରାଇ କହିଛି ଯେ, ମୋବାଇଲ୍ ନମ୍ବର ସଂଖ୍ୟା ୧୧ ଅଙ୍କ କରିବା ପାଇଁ ସୁପାରିସ କରାଯାଇନାହିଁ । ବରଂ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ ଉପଭୋକ୍ତା ‘0’ ରଖିବାକୁ ପରାମର୍ଶ ଦେଇଛି । ଲ୍ୟାଣ୍ଡ ଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ ‘0’ ପ୍ରୟୋଗ କଲେ ୨୫୪୪ ନିୟୁତ ଅତିରିକ୍ତ ନମ୍ବର ସଂଖ୍ୟା ଉତ୍ସ ସୃଷ୍ଟି ହେବ । ଏହି ଉତ୍ସଗୁଡିକ ମାଧ୍ୟମରେ ଭବିଷ୍ୟତର ଆବଶ୍ୟକତା ପୂରଣ ହେବ । ଟ୍ରାଇର ସୁପାରିଶ ଅନୁଯାୟୀ ସାରା ଦେଶରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ବ୍ୟବସ୍ଥା ଜାରି ରହିବ ।

 

Comments are closed.