ବରିଷ୍ଠ ଆପିଏସ୍‌ ଅଧିକାରୀଙ୍କର ଝିଅଙ୍କୁ  ମହିଳା ଟ୍ରାଫିକ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ

0

ଭୁବନେଶ୍ୱର: ଜଣେ ବରିଷ୍ଠ ଆପିଏସ୍‌ ଅଧିକାରୀଙ୍କ ଝିଅଙ୍କୁ ମହିଳା ଟ୍ରାଫିକ ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ବ୍ୟସ୍ତବହୁଳ ଏଜି ଛକ ନିକଟରେ ମହିଳା ଟ୍ରାଫିକ ପୁଲିସ ଜଣଙ୍କ  ତାଙ୍କୁ  ଦୁର୍ବ୍ୟହାର କରିଥିବା ସେ ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ ଜଣାଇଛନ୍ତି । ଏହାପରେ ବରିଷ୍ଠ ପୁଲିସ ଅଧିକାରୀ ଜଣଙ୍କ ଟ୍ରାଫିକ୍‌ ଥାନାକୁ ଆସିଥିଲେ ।

ପରେ ମହିଳା ଟ୍ରାଫିକ୍‌ କନେଷ୍ଟବଳ ଜଣଙ୍କ ବରିଷ୍ଟ ପୁଲିସ ଅଧିକାରୀଙ୍କ ଝିଅ ଟ୍ରାଫିକ ନିୟନ ଉଲ୍ଲଘଂନ କରିଥିଲେ ଓ ଏପରି ନ କରିବା ପାଇଁ ସେ ବାରଣ କରିଥିଲେ ବୋଲି ସୂଚନା ଦେଇଛନ୍ତି ।

Leave A Reply