ଟ୍ରାଫିକ ପୁଲିସଙ୍କର ପୋଷାକ ଚିରିବା ସହ ତାଙ୍କର  ଜରିମାନା ଆଦାୟ ମେସିନକୁ ଭାଙ୍ଗିଲେ ଦମ୍ପତି

ନୂଆଦିଲ୍ଲୀ .- ଆଇନ ଭାଙ୍ଗୁଥିବା ବ୍ୟକ୍ତି ବେଳେ ବେଳେ ଆଇନକୁ ହାତକୁ ନେଇଥାଆନ୍ତି । ହେଲେ ଏହାର ପରବର୍ତ୍ତୀ ପରିଣାମ ବିଷୟରେ ଚିନ୍ତା କରି ପାରନ୍ତି ନାହିଁ । ଏପରି ଏକ ଘଟଣା ଦେଶର ରାଜଧାନୀ ନୂଆଦିଲ୍ଲୀରେ ଘଟିଛି ।
ଟ୍ରାଫିକ ନିୟମ ଉଲ୍ଲଘଂନ ଅଭିଯୋଗରେ ଟ୍ରାଫିକ ପୁଲିସ ଏମାନଙ୍କୁ ଅଟକାଇଥିଲା । ପରେ ସେମାନଙ୍କୁ ଜରିମାନା ଦେବା ପାଇଁ କୁହାଯାଇଥିଲା। ଏବେ ଅନ୍‌ଲାଇନ୍‌ ଜରିମାନା ଦିଆଯାଉଥିବାରୁ ସେହି ଦମ୍ପତିଙ୍କୁ ଜରିମାନା ଦେବା ପାଇଁ ପୁଲିସ କର୍ମଚାରୀ କହିଥିଲେ । ମାତ୍ର ଜରିମାନା ଦେବା ବିଷୟରେ ଶୁଣିବା ପରେ ଏମାନେ ରାଗିଯିବା ସହ ଟ୍ରାଫିକ କର୍ମଚାରୀଙ୍କର ପୋଷାକ ଚିରି ଦେଇଥିଲେ । ପରେ ଜରିମାନା ଆଦାୟ ମେସିନ୍‌କୁ ବି ଭାଙ୍ଗି ଦେଇଥିଲେ । ଏହି ଘଟଣାପରେ ସେହି ଦମ୍ପତିଙ୍କୁ ପୁଲିସ ଗିରଫ କରିଛି ।

Comments are closed.