ଘରେ ୨ଝିଅ, ମୁଁ ଡ୍ୟୁଟିରେ…ଟ୍ରାଫିକ ପୁଲିସ କୁମୁଦିନୀ

ଶନିବାର ରାତି ପ୍ରାୟ ୮ଟା। ବଲାଙ୍ଗିର ଭାଗିରଥୀ ଛକରେ ଟ୍ରାଫିକ ଡ୍ୟୁଟି କରୁଥିଲେ କୁମୁଦିନୀ ଖଟୁଆ। ହେଲେ ତାଙ୍କ ମୁହଁରେ ହସ ନଥିଲା। ଦୁଃଖରେ ଥିଲେ ବି ସେ ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟି କରୁଥିଲେ। ପୁଲିସ କଲୋନୀରେ ରୁହନ୍ତି ଶ୍ରୀମତୀ ଖଟୁଆ। ଗତ ଅଗଷ୍ଟରେ ସ୍ୱାମୀଙ୍କର ମୃତ୍ୟୁ ହେଇଗଲା। ଘରେ ୨ଜଣ ଝିଅ। ସେ ସକାଳ ୮ଟାରୁ ୧୨ଟା ଓ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ଡ୍ୟୁଟି କରନ୍ତି।

ଦୀପାବଳିରେ ଦୁଇ ଝିଅ ଘରେ ଚୁପଚାପ। ସକାଳୁ ଗରମ ପଖାଳ, ଦହି, ଶାଗ କରିଥିଲେ। ଘରକୁ ଗଲା ପରେ ଆଉ କିଛି ରାନ୍ଧି ଖାଇଥିଲେ। ରାତିରେ ପୁଣି ସେହି ପଖାଳ ଖାଇଦେବୁ କହନ୍ତି ଖଟୁଆ ନାନୀ। ଏଠି ଡ୍ୟୁଟି କରୁଛୁ, ଦୀପ କ’ଣ ଜାଳିବୁ କହନ୍ତି ସେ। ବାପ ଘରେ ଦୁଃଖରେ ବଢିଲି, ବାହା ହେବା ପରେ ବି ଦୁଃଖ। ଭାଗ୍ୟ ମୋର ଖରାପ। ଦୁଇ ଝିଅଙ୍କ ମୁହଁ ଚାହିଁ ଜିଉଁଛି କହନ୍ତି ଟ୍ରାଫିକ ପୁଲିସ ଶ୍ରୀମତୀ ଖଟୁଆ।

Comments are closed.