ହେଲମେଟ ଯାଞ୍ଚ ; ୪ଜଣଙ୍କର ଲାଇସେନ୍ସ ରଦ୍ଦ, ୩ହଜାର ଜୋରିମନା

ଆଠଗଡ : ଆଠଗଡ ପୁଲିସ ପକ୍ଷରୁ ରବିବାର ଖୁଣ୍ଟକଟା ନିକଟବର୍ତ୍ତୀ ଅଂଶୁପା ଛକଠାରେ ୨ଟି ପର୍ଯ୍ୟାୟରେ ୨ଚକିଆ ଯାନରେ ଯାତ୍ରା କରୁଥିବା ଚାଳକଙ୍କର ହେଲମେଟ ଓ ମାସ୍କ ପରିଧାନ ଯାଞ୍ଚ କରାଯାଇଥିଲା। ଆଠଗଡ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସବ୍ଇନ୍ସପେକ୍ଟର ଓ ଏଏସଆଇ ଙ୍କ ନେତୃତ୍ୱରେ ଏହି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ହେଲମେଟ ପରିଧାନ କରିନଥିବା ୪ଜଣଙ୍କର ଲାଇସେନ୍ସ  ନୂଆ ନିୟମ ଅନୁଯାୟୀ ୩ମାସ ପାଇଁ ରଦ୍ଦ କରାଯାଇଥିଲା। ଏଥିସହିତ ହେଲମେଟ ପିନ୍ଧିନଥିବା ଓ ମାସ୍କ ପରିଧାନ କରିନଥିବା ଲୋକମାନଙ୍କଠାରୁ ୩ହଜାର ଟଙ୍କା ଜୋରିମନା ମଧ୍ୟ ଆଦାୟ କରାଯାଇଥିଲା। ହେଲମେଟ ଯାଞ୍ଚ ନିୟମିତ ବିଭିନ୍ନ ସ୍ଥାନରେ ଜାରି ରହିବ ଏବଂ ଅମାନିଆଙ୍କ ବିରୋଧରେ ନୂତନ ପରିବହନ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Comments are closed.