ଡାକ୍ତର ନିଯୁକ୍ତି ପାଇଁ ବଣିକ ସଂଘର ଦାବି

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ଠାରେ ଦୀର୍ଘ ଦିନ ହେଲା ଏକମାତ୍ର ଏଲୋପାଥିକ ଡାକ୍ତର ପଦବୀ ପଦ ଖାଲି ପଡ଼ିଛି। ଏଠାରେ ଜଣେ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ସେ ଜଏନ ପରେ ପରେ ଉଚ୍ଚତର ଶିକ୍ଷା ପାଇଁ ଚାଲି ଯିବାରୁ ଏଠାରେ ଡାକ୍ତର ପଦବୀ ଖାଲି ପଡିଛି। ଢେଙ୍କିକୋଟ ଡାକ୍ତରଖାନା ଉପରେ ଘଟଗାଁ ଓ ପାଟଣା ବ୍ଲକର ୧୫ଟି ପଞ୍ଚାୟତ ବାସୀଙ୍କ ସହ ୨୦ନଂ ଜାତୀୟ ରାଜପଥରେ ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ସମସ୍ୟା ସୃଷ୍ଟି ହେଉଥିବାରୁ ଡିଏମଏଫ ଫଣ୍ଡ ତରଫରୁ ଏହି ଡାକ୍ତରଖାନାକୁ ଜଣେ ଡାକ୍ତର ଦିଆ ଯିବାକୁ ଢେଙ୍କିକୋଟ ବଣିକ ସଂଘ ସଭାପତି ରାଜକିଶୋର ସାହୁ ଓ ଲଲାଟେନ୍ଦୁ ସାହୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Comments are closed.