୫ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

0

ନୂଆଦିଲ୍ଲୀ: ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଇଞ୍ଜିନିୟରିଂ ଓ ଔଷଧୀୟ ସାମଗ୍ରୀରେ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସତ୍ତେ୍ୱ ବାଣିଜ୍ୟ ନିଅଣ୍ଟିଆ ପରିମାଣ ଉଦ୍‍ବେଗଜନକ ଭାବେ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହିଁ ଭାରତର ନିଅଣ୍ଟିଆ ବାଣିଜ୍ୟ ବୃଦ୍ଧି ପଛର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସରକାରୀ ତଥ୍ୟାନୁଯାୟୀ, ଗତ ମେ’ ମାସରେ ଭାରତର ବାଣିଜ୍ୟ ନିଅଣ୍ଟିଆ ପରିମାଣ ୧୪.୬୨ ବିଲିୟନ ଡଲାର ଥିବା ବେଳେ ଗତ ଜୁନ୍‍ ମାସରେ ତାହା ୧୬.୬୧ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ଗତ ଜୁନ୍‍ ମାସରେ ଅଶୋଧିତ ତୈଳ ଆମଦାନି ପରିମାଣ ୧୨.୭୨ ବିିଲିୟନ ଡଲାର ଥିବା ବେଳେ ପୂର୍ବମାସରେ ଏହି ପରିମାଣ ଥିଲା ୧୧.୫ବିଲିୟନ ଡଲାର। ମେ’ ମାସରୁ ଜୁନ୍‍ ମାସ ମଧ୍ୟରେ ଭାରତର ଆମଦାନି ପରିମାଣ ୧୪.୮୫ ପ୍ରତିଶତରୁ ୨୧.୩୧ ପ୍ରତଶ୍ରୁତିକୁ ବୃଦ୍ଧି ପାଇଛି। ମେ’ ମାସରେ ମୋଟ ଆମଦାନି ପରିମାଣ ୪୩.୪୮ ବିଲିୟନ୍‍ ଡଲାର ଥିବା ବେଳେ ଜୁନ୍‍ ମାସରେ ତାହା ୪୪.୩ ବିଲିୟନ୍‍ ଡଲାରକୁ ବୃଦ୍ଧି ପାଇଛି।

Leave A Reply