ବାଲି ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ

ଗଡମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବୃନ୍ଦାଦେଇପୁର ବାଲିଘାଟରୁ ବେଆଇନ ଭାବରେ ବାଲି ବୋଝେଇ କରି ଏକ ଟ୍ରାକ୍ଟର ଅଣ୍ଟିଆ ଅଭିମୁଖେ ଯାଉଥିବା ସମୟରେ ଜେନାପୁର ପୁଲିସ ନଜରରେ ପଡିଥିଲା। ଟ୍ରାକ୍ଟର ବାଲି ବୋଝେଇ କରି ଯାଉଥିବା ସମୟରେ ଗାଡିର ଯାଞ୍ଜ କରାଯାଇଥିଲା। ଗାଡି ଚାଳକ ଉପଯୁକ୍ତ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡିକୁ ଜବତ କରାଯାଇଥିବା ବେଳେ ଚାଳକକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଚାଳକ ଅଣ୍ଟିଆ ଗ୍ରାମର ଅନାମ ପ୍ରଧାନ, ପିତା- ବାରିଣି ପ୍ରଧାନ ବୋଲି ଜଣାପଡିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଆଶିସ କୁମାର ସାହୁ ସୂଚନା ଦେଇଛନ୍ତି। ଏକ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ ଚାଲୁରହିଛି।

Comments are closed.