ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ କଲେ ରାଜସ୍ବ ନିରୀକ୍ଷକ

ପାଟଣା : ସାହାରପଡା ତହସିଲ ଅନ୍ତର୍ଗତ ଉଦୟପୁର ଗ୍ରାମରୁ ବେଆଇନ ବାଲି ବୋଝେଇ କରିଥିବା ଓ ବେଆଇନ ପଥର ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରକୁ ଉଦୟପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ଦ୍ଵିବେଦୀ ଜବତ କରିଛନ୍ତି। ଏହାସହ ମୋଟ ୩୧ ହଜାର ୧୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ନୂଆ କରି ଶ୍ରୀ ଦ୍ବିବେଦୀ ଉଦୟପୁର ରାଜସ୍ବ ନିରୀକ୍ଷକ ଦାୟିତ୍ଵ ଗ୍ରହଣ କଲା ପରେ ୧୫ ଦିନରେ ତିନୋଟି ଲଘୁ ଖଣିଜ ଚୋରୀ କରୁଥିବା ଟ୍ରାକ୍ଟର ଜବତ କରି ମୋଟ ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଉଦୟପୁର ଅଞ୍ଚଳରୁ ଲଘୁ ଖଣିଜ ଚୋରୀକୁ ସେ ପ୍ରଶ୍ରୟ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି।

Comments
Loading...