ପଥର ଖଣିରେ ଚଢ଼ାଉ, ପଥର ବୋଝେଇ ଟ୍ରାକ୍ଟର ଜବତ 

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ବେଆଇନ ଭାବେ ବହୁ ମାଙ୍କଡ଼ାପଥର ଖଣି ଚାଲିଥିବାବେଳେ ସେଗୁଡିକ ବନ୍ଦ କରିବା ପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଏଠାରେ ଯୋଗ ଦେବା ଦିନଠାରୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ପୋଲିସ ଫୋର୍ସର ଅଭାବ ଯୋଗୁଁ କେତେକାଂଶରେ ସେଥିରେ ବାଧା ସୃଷ୍ଟି ହେଉଛି । ପୋଲିସ ଅନୁପସ୍ଥିତିରେ ଶ୍ରୀ ମଣ୍ଡଳ ତାଙ୍କର ଚଢ଼ାଉ କାର୍ଯ୍ୟ ଅବ୍ୟାହତ ରଖିଥିବାବେଳେ ତାଙ୍କର ନିର୍ଦେଶକ୍ରମେ କର୍ମଚାରୀମାନେ ବରପଦା ଖଣି ଉପରେ ସକାଳେ ଚଢ଼ାଉ କରିବା ସମୟରେ ଆଗୁଆ ସୂଚନା ପାଇ ଯେ ଜୁଆଡ଼େ ପଳାଇ ଯାଇଥିଲେ । କିନ୍ତୁ ନିକଟସ୍ଥ ଗୋଡି ନିକଟରୁ ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଜବତ କରି କାର୍ୟ୍ୟାଳୟ ଭିତରେ ରଖାଯାଇଛି ।

Comments are closed.