ନମ୍ବର ବିହୀନ ଟ୍ରାକ୍ଟର ଜବତ କଲା ତୁରୁମୁଙ୍ଗା ପୁଲିସ

ପାଟଣା: ତୁରୁମୁଙ୍ଗା ପୁଲିସ ଆଜି ନିହ୍ନୁଆଁ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ବେଳକୁ ଟ୍ରାକ୍ଟର ଚାଳକ ବାଲି ଅନଲୋଡ କରି ଦେଇଥିଲେ । ଜବତ ଟ୍ରାକ୍ଟରଟିକୁ ଥାନା ପରିସରକୁ ଅଣାଯାଇଛି। ବେଆଇନ ବାଲି ଚାଲାଣ ପାଇଁ ଆଜି ପାଟଣା ତହସିଲଦାରଙ୍କୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଟ୍ରାକ୍ଟରଟିର ନମ୍ବର ନଥିବା ସମ୍ପର୍କରେ ପରିବହନ ବିଭାଗକୁ ସୂଚନା ଦିଆଯିବ ବୋଲି ଥାନାଧିକାରୀ ସୁଶାନ୍ତମଣି ମହାନ୍ତିଙ୍କଠାରୁ ସୂଚନା ମିଳିଛି ।

Comments are closed.