ବନବିଭାଗ ଦ୍ୱାରା ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ସଂରକ୍ଷିତ ଜଙ୍ଗଲ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଜବତ କରିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବରେପଥର ବୋଝେଇ କରି ଆଣୁଥିବା ସମୟରେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ଶ୍ରୀ ଯାଦବ ଙ୍କ ହାବୁଡରେ ପଡିଥିଲା। ସହକାରୀ ବନ ସଂରକ୍ଷକ ସଂଗ୍ରାମ ମହାନ୍ତି,ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ବେହେରା,ରମାକାନ୍ତ ବଳବନ୍ତରାୟ, ଆଶିଷ ନାୟକ, ପ୍ରଶାନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...