ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ନିକଟରୁ ଆଜି ଏକ ବେଆଇନ ଚିପ୍ସ ବୋଝେଇ ଟ୍ରାକ୍ଟରକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି । ଜବତ ଟ୍ରାକ୍ଟର ସମ୍ପର୍କରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ସୂଚନା ଦିଆଯିବା ପରେ ଜବତ ଟ୍ରାକ୍ଟର ଉପରେ ତୁରୁମୁଙ୍ଗା ଆରଆଇ ଶିବ ମହାନ୍ତ ୧୦ହଜାର ୪୮୦ ଟଙ୍କା ଜୋରିମାନା କରିଛନ୍ତି । ତେବେ ଜୋରିମାନା ଆଜି ଅନାଦେୟ ହେବାରୁ ଟ୍ରାକ୍ଟରଟି ଥାନା ନିକଟରେ ଠିଆ ହୋଇ ରହିଥିବା ଜଣାପଡିଛି ।

Comments are closed.