ବେଆଇନ ବାଲି ଚୋରା ଚାଲାଣ, ୩ ଟ୍ରାକ୍ଟର ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଚିନାମାଳିପଶି ପଞ୍ଚାୟତ ନୂଆପଡା ଓ ରୁଢ଼ିଆପଡା ଗ୍ରାମରୁ ଆଜି ପାଟଣା ତହସିଲଦାର ବେଆଇନ ବାଲି ଚୋରା ଚାଲାଣ କରୁଥିବା ୩ଟି ଟ୍ରାକ୍ଟରକୁ ଜବତ କରିଛନ୍ତି । ସୀତାନଦୀ ଓ କୁକୁରକଟା ନଦୀରୁ ବେଆଇନ ଭାବେ
ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ ହେଉଥିବାରୁ ଆଜି ସନ୍ଧ୍ୟାରେ ଗ୍ରାମବାସୀ ବାଲି ବୋଝେଇ ଗାଡିଗୁଡିକୁ ଅଟକ ରଖି ପାଟଣା ତହସିଲଦାରଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବରପାଇ ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ ଓ ତହସିଲ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୩ଟି ଟ୍ରାକ୍ଟରକୁ ଜବତ କରିବା ସହ ଜବତ ଟ୍ରାକ୍ଟର ଗୁଡ଼ିକୁ ତହସିଲ କାର୍ୟ୍ୟାଳୟକୁ ନେଇଛନ୍ତି। ଜବତ ଟ୍ରାକ୍ଟର ପିଛା ୧୦ହଜାର ୧ଶହ ୨୦ଟଙ୍କା ଲେଖାଏଁ ମୋଟ ୩୦ ହଜାର ୩ଶହ ୬୦ ଟଙ୍କା ଜୋରିମାନା କରାଯାଇଛି ।

Comments are closed.