ଟ୍ରାକ୍ଟର ଓଲଟି ୨ ଗୁରୁତର

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତର ତେତେଲପଡା ସାନଗମଡା ରାସ୍ତାରେ ଆଜି ସକାଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ୨ଜଣ ଯୁବକ ଗୁରୁୁତର ହୋଇଥିବା ଜଣାପଡିଛି। ତୁରେକେଲାର ମହନ ତାଣ୍ଡି ନାମକ ଏକ ଯୁବକ ଦୁଇ ଜଣକୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ଏକ ଘରୋଇ ବୋଲେରୋ ରେ ଭବାନିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡିଛି।

ସୂଚନା ମତେ ଭାଲୁମୁଣ୍ଡା ଗ୍ରାମର ଅନନ୍ତ ତାଣ୍ଡିର ଟ୍ରାକ୍ଟରରେ ତେତେଲପଡା ଗ୍ରାମର ଚୈତନ୍ୟ ଷଣ୍ଢଙ୍କ ପୂଅ ଖିରମୟ ଷଣ୍ଢ (୨୨) ନିଜ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ସାନଗମଡା ତେତେଲପଡା ରାସ୍ତାରେ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭର ବିଜେ ସୁନା ଡେଇଁ ପଡିଥିଲେ। ଡ୍ରାଇଭର ଛିଟିକି ପଡିଥିବା ବେଳେ ଖିରମୟ ଷଣ୍ଢ ଟ୍ରାକ୍ଟର ତଲରେ ଚାପି ହୋଇରହିଥିଲେ। ତାଙ୍କୁ ଗୁରୁୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଟ୍ରାକ୍ଟର ମାଲିକ ଅନନ୍ତ ତାଣ୍ଡି ଭବାନିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।

Comments are closed.