ଓଲଟିଲା ଟ୍ରାକ୍ଟର, ପାଖରେ ଥିବା ଯୁବକଙ୍କ ଜୀବନ ଗଲା

ପଦ୍ମପୁର : ପଦ୍ମପୁର ଥାନା ଅଧିନସ୍ଥ ମହୁଲପଲା ଓ କେନ୍ଦୁଉଟା ବାଇପାସ୍ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ମହୁଲପାଲି ଗ୍ରାମରୁ ରୁକ୍ମଣା ରଣା ନାମକ ଜଣେ ବ୍ୟକ୍ତି ଏକ ଟ୍ରାକ୍ଟର ବିଲକୁ ଚାଷ କରିବା ପାଇଁ ନେଉଥିଲେ। ବାଟରେ ଏକ ଗଡାଣିଆ ବାଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ପାଖରେ ଠିଆ ହୋଇଥିବା ବିଜୁ ବାଗ(୧୭) ଓ ଶ୍ରତୁଘ୍ନ ବାଗ(୩୫) ଦେହ ଉପରେ ଟ୍ରାକ୍ଟରଟି ଓଲଟି ଚାପିହୋଇ ପଡିଥିଲା। ଫଳରେ ବିଜୁ ବାଗ ଗୁରୁତର ଓ ଶ୍ରତୁଘ୍ନ ବାଗ ସାମାନ୍ୟ ଗୁରୁତର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ବିଜୁ ବାଗଙ୍କର ମୃତ୍ୟୁ ହୋଇଥିବାବେଳେ ଶ୍ରତୁଘ୍ନ ସୁସ୍ଥ ହୋଇଥିଲେ। ପୁଲିସ ବିଜୁ ବାଗର ମୃତଦେହକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ।