ଘର କାନ୍ଥକୁ ଧକ୍କା ଦେଲା ଟ୍ରାକ୍ଟର : ଚାଳକ ମୃତ

ଜି.ଉଦୟଗିରି : ଜି.ଉଦୟଗିରି ପଦାସାହିର ଜଣକ ଘର କାନ୍ଥକୁ ଏକ ଟ୍ରାକ୍ଟର ଧକ୍କା ଦେଇ ଘର ଭିତରକୁ ପଶିଯାଇଥିଲା । ଦାରିଙ୍ଗବାଡୀରେ ବଜୁରୀ ଓ ପିଚୁ ଖାଲି କରି ଡ୍ରାଇଭର ତା’ର ଗାଁ ବାଲୁମାହାକୁ ଫେରୁଥିବା ସମୟରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି  ଜି.ଉଦୟଗିରି ପଦାସାହିର ବିକ୍ରମ ପ୍ରଧାନଙ୍କ ପାଚେରୀ କାନ୍ଥ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ହୋଇଥିଲାଯେ ପାଚେରୀ କାନ୍ଥ ସମ୍ପୃର୍ଣ୍ଣ ଭାବେ ଭାଙ୍ଗି ଯାଇ ଟ୍ରାକ୍ଟର ଇଞ୍ଜିନ୍ ଘର ଭିତରକୁ ପଶିଯାଇଥିଲା । ଦୁର୍ଘଟଣା ସମୟରେ ଟ୍ରାକ୍ଟର ଡ୍ରାଇଭର ଶ୍ରୀନିବାସ ପ୍ରଧାନ ଗାଡି ଛାଡି ଡେଇଁ ପଡିବା ଫଳରେ ଟ୍ରାକ୍ଟରର ପଛ ଚକା ତଳେ ପଡି ଚାପି ହୋଇଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଉଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ଏ ନେଇ ଜି.ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଦାୟିତ୍ବ ଏଏସଆଇ ବୁଲୁ ବେହେରାଙ୍କୁ ଦିଆଯାଇଥିବା ନେଇ ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

Comments are closed.