ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଗୁରୁତର

କାଶୀପୁର:ରାୟଗଡା ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଲୁଲୁ ପଦର ଛକ ନିକଟରେ ଏକ  ଟ୍ରାକ୍ଟର ଭରାସ୍ୟାମ ହରାଇ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି  ।

କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସଙ୍କରଡ଼ା ଗ୍ରାମପଞ୍ଚାୟତ  ଏସ ଡଙ୍ଗାସିଲ ଅଞ୍ଚଳର କିଛି ଲୋକେ କୋରାପୁଟ ଜିଲ୍ଲା ଲଷ୍ମୀପୁର ଥାନା ଅନ୍ତର୍ଗତ କେଶକାପାଡି ଗ୍ରାମକୁ ବିବାହ ଭୋଜି ପାଇଁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଲକ୍ଷ୍ମୀପୁର ଲୁଲୁ ପଦର ଛକ ନିକଟରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଏହାର ଟ୍ରଲି ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Comments are closed.