ଟ୍ରାକ୍ଟର ଓଲଟି ୩ କାଉଡ଼ିଆ ମୃତ, ୨୨ ଆହତ

0

ମୋରେନା : ମଧ୍ୟପ୍ରଦେଶ ମୋରେନା ଜିଲା ସିକ୍ରୋଦା ଅଞ୍ଚଳ ସିଭିଲ ଲାଇନ ଥାନା ଅଧୀନ ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଓଲଟି ୩ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି ଓ ୨୨ ଜଣ ଆହତ ହୋଇଛନ୍ତି। ଯାତ୍ରା ସାରି କାଉଡ଼ିଆମାନେ ଟ୍ରାକ୍ଟର ଡାଲାରେ ବସି ଘରକୁ ଫେରୁଥିଲେ। ବାଟରେ ମଇଁଷିଙ୍କ ଲଢେଇ ଯୋଗୁଁ ଭାରସାମ୍ୟ ହରାଇ ଟ୍ରାକ୍ଟର ଡାଲା ସହ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଡାଲା ତଳେ ଚାପି ହୋଇ ୩ କାଉଡ଼ିଆ ପ୍ରାଣ ହରାଇଛନ୍ତି। ଆହତ କାଉଡ଼ିଆଙ୍କୁ ମୋରେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave A Reply