ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ

0

ବଡ଼ସାହି : କାଦୁଆଲବନ୍ଧ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର (ନଂ-ଓଡି ୧୧ ୨୫୧୦/୧୧) ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ନିଜର କାମସାରି ଫେରୁଥିବା ବେଳେ ଟ୍ରାକ୍ଟରର ଏକ୍ସେଲ୍ ଭାଙ୍ଗି ଯାଇଥିଲା । ଫଳରେ ଗାଡିର ଗୋଟିଏ ଚକ ବାହାରି ପଳାଇବାରୁ ଏଭଳି ଅଘଟଣ ଘଟିଥିଲା । ଚାଳକ କାଦୁଆଲବନ୍ଧ ଗ୍ରାମର ମହେଶ୍ବର ସିଂ(୪୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବଡ଼ସାହି ପୁଲିସ୍ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଏକ ଦୁର୍ଘଟଣା ମାମଲା ରୁଜୁ ପୂର୍ବକ ଟ୍ରାକ୍ଟରଟିକୁ ଜବତ କରିଛି ।

Leave A Reply