ଆସିଲା ଟୟୋଟାର ତିନୋଟି ନୂଆ ମଡେଲ କାର

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟୟୋଟା ନିଜର ତିନୋଟି ନୂଆ ମଡେଲ କାରର ବଜାର ପ୍ରବେଶ କରାଇଛି। କମ୍ପାନୀ ଇନୋଭା କ୍ରାୟଷ୍ଟା, ଇନୋଭା କ୍ର୍ୟାଷ୍ଟା ଟୁରିଂ ସ୍ପୋର୍ଟ ଓ ଫରଟ୍ୟୁନର ନାମକ ତିନି ମଡେଲ କାରର ବଜାରକୁ ଆସିଛି। ଏହି ତିନି ନୂଆ ମଡେଲ କାରରେ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଇଛି।
କମ୍ପାନୀ ଏହି ତିନି କାରରେ ଜରୁରୀକାଳିନ ବ୍ରେକ, ଏଲିଡି ଲାଇଡ୍‍, ଗ୍ଲାସ ବ୍ରେକ, ଅଲଟ୍ରାସୋନିକ ସେନସର, ଏଣ୍ଟ୍ରି ଥେପ୍ଟ ଆଲାର୍ମ, ଜରୁରୀକାଳିନ ବ୍ରେକ ସିଗନାଲ ଆଦି ସୁବିଧା ରହିଛି। ପୂର୍ବ କାର ତୁଳନାରେ ଏହି ତିନି କାରର ମୂଲ୍ୟ ବଢିଛି। ଟୟୋଟା ଇନୋଭା କ୍ର୍ୟାଷ୍ଟାର ମୂଲ୍ୟ ୧୪.୬୫ ଲକ୍ଷ ଟଙ୍କା, ଟୟୋଟା ଇନୋଭା ଟୁରିଂ ସ୍ପୋର୍ଟର ମୂଲ୍ୟ ୧୮.୫୯ ଲକ୍ଷ ଟଙ୍କା, ଟୟୋଟା ଫରଟ୍ୟୁନର ୨୭.୨୭ ଲକ୍ଷ ଟଙ୍କା ରହିଛି।

Leave A Reply