ହୋଟେଲରୁ ମିଳିଲା ୮ପର୍ଯ୍ୟଟକଙ୍କ ମୃତଦେହ

ନେପାଳ : ନେପାଳ ମକବାନପୁର ଜିଲାର ଦମନରେ ଥିବା ଏକ ହୋଟେଲ କୋଠରି ଭିତରୁ ମଙ୍ଗଳବାର ୮ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକ ୮ଜଣ ହେଉଛନ୍ତି, ପ୍ରବିଣ କୁମାର ନାୟର(୩୯), ଶରଣ୍ୟା(୩୪), ରଞ୍ଜିତ କୁମାର(୩୯), ଇନ୍ଦୁ ରଞ୍ଜିତ(୩୪), ଶ୍ରୀ ଭଦ୍ର(୯), ଅଭିନବ ଶେରୟା(୯), ଅବି ନିଶାର(୭) ଏବଂ ବୈଷ୍ଣବ ରଞ୍ଜିତ(୨)।
ଏନେଇ ଜିଲା ପୁଲିସ ଅଧିକ୍ଷକ ସୁସିଲ ସିଂହ ରାଠୋର କହିଛନ୍ତି ଯେ, ମୃତ ବ୍ୟକ୍ତିମାନେ ରହିଥିବା କୋଠରି ଭିତରେ ଗ୍ୟାସ ହିଟରର ବ୍ୟବହାର କରୁଥିଲେ। ତେଣୁ କୋଠରି ଭିତର ଗ୍ୟାସ ହୋଇ ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
ପର୍ଯ୍ୟଟକଙ୍କ ମୃତ୍ୟୁରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୁଃଖପ୍ରକାଶ କରିଛନ୍ତି।