ଭୀମକୁଣ୍ଡ ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯୁବକ ନିଖୋଜ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ବୁଧବାର ଅପରାହ୍ନରେ ସାନ କୁଣ୍ଡରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ, ଆଜି ବଡ଼ଦିନ ହୋଇଥିବାରୁ ଅନେକ ସଂଖ୍ୟକ ଲୋକ ଏଠାକୁ ବଣଭୋଜି ପାଇଁ ଆସିଥିଲେ। ଯୁବକ ଜଣକ ମଧ୍ୟ ବଣଭୋଜି ପାଇଁ ଆସିଥିବା ବେଳେ ସାନ କୁଣ୍ଡରେ ଗାଧୋଉଥିଲେ। ଏହାପରେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ୟ୍ୟଟକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଏଠାକୁ ବଣଭୋଜି କରିବାକୁ ଆସିଥିବା କଟକ ଅଞ୍ଚଳର ଜଣେ କଲେଜ ଛାତ୍ର ନିଖୋଜ ହୋଇଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

Comments are closed.