ଘାଟିରେ ନ ଆସିବାକୁ ବାହାର ରାଜ୍ୟ ବସ୍‌କୁ ଦିଆଯିବ ପରାମର୍ଶ

କଳିଙ୍ଗା ଘାଟି ବସ୍‌ ଦୁର୍ଘଟଣାର ତଦନ୍ତ ନିର୍ଦେଶ

ଭୁବନେଶ୍ବର : କଳିଙ୍ଗା ଘାଟିଠାରେ ଗତକାଲି ରାତିରେ ଘଟିଥିବା ବସ ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପଶ୍ଚିମବଙ୍ଗରୁ ଆସିଥିବା ଏହି ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଆମେ ଅତୀତରେ ଦେଖିଛୁ ଅନ୍ୟ ରାଜ୍ୟରୁ ଆସୁଥିବା ବସଗୁଡ଼ିକ କଳିଙ୍ଗା ଘାଟିରେ ଏପରି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ଲମ୍ବା ଘାଟିରେ ଗାଡ଼ି ଚଳାଇବାରେ ସମ୍ପୃକ୍ତ ଡ୍ରାଇଭରଙ୍କ ଅଭିଜ୍ଞତା ନାହିଁ। ତେଣୁ ବାହାର ରାଜ୍ୟରୁ ଆସୁଥିବା ବସଗୁଡ଼ିକ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ପରାମର୍ଶ ଜାରି କରିବେ। ସେମାନେ ଏହି ଘାଟି ବାଟରେ ନଆସି ଅନ୍ୟ ବାଟରେ ଯିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଚିବ ଓ ଉଦୟନାରାୟଣପୁର ବିଧାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଓଡ଼ିଶା ଆସିଥିବା ଜଣାପଡ଼ିଛି।

Comments are closed.