ଓଲଟିଲା ପିକ୍‌ନିକ୍‌ ବସ୍ : ୧ମୃତ,୧୨ ଆହତ

ମୋହନା : ଗଜପତି ଜିଲ୍ଲା ମୋହନାରେ ଏକ ପିକ୍‌ନିକ୍‌ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩୨୬ନମ୍ବର ଜାତୀୟ ରାଜପଥରେ ପ୍ରବଳ କୁହୁଡି ଯୋଗୁଁ ଏହି ଦୁର୍ଟଘଣା ଘଟିଥିବା କୁହାଯାଉଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୨ଜଣ ଆହତ ହୋଇଛନ୍ତି। ଗଜପତି-ରାୟଗଡ଼ା ସୀମା ଡୁମ୍ବଲାପଦର ବୁଲାଣି ପାଖରେ ବସ୍ ଓଲଟି ପଡିଛି। କୋରାପୁଟ ଗୁପ୍ତେଶ୍ୱରରୁ ଦର୍ଶନ ସାରି ଭୁବନେଶ୍ୱର ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଗଜପତି ଓ ମୋହନା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ପ୍ରଥମେ ଗ୍ରାମର କେତେ ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଗଜପତି ଓ ମୋହନା ଅଞ୍ଚଳରୁ ଅଗ୍ନିଶମ ବିଭାଗ ଆସି ଉଦ୍ଧାର କରିଥିଲେ। ପଦ୍ମପୁର ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚି ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି।

Comments are closed.