ପ୍ରଭାବିତ ହେଲା ପର୍ଯ୍ୟଟନ

ବିଶ୍ବର ଅଗ୍ରଣୀ ରାଷ୍ଟ୍ରର ଆର୍ଥିକ ସ୍ଥିତି ଦୋହଲିଯାଇଛି କହିଲେ ଚଳେ। କରୋନା ଭାଇରସ୍‌‌ର ଆତଙ୍କରେ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ହେବା ସହ ତତ୍‌କ୍ଷଣାତ୍ ବିମାନ ସେବା ଓ ରେଳସେବାକୁ ମଧ୍ୟ ସ୍ଥଗିତ ରଖାଗଲା। ବର୍ତ୍ତମାନ ଯଦିଓ କରୋନାର ସ୍ଥିତି ନିୟନ୍ତ୍ରଣ ହୋଇନାହିଁ, କିନ୍ତୁ କେତୋଟି ରାଷ୍ଟ୍ର ସେମାନଙ୍କ ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଆଗେଇ ଆସିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ। ତଥ୍ୟ ଅନୁସାରେ, ପ୍ରତି ବର୍ଷ ୨କୋଟି ଲୋକ ଭାରତରୁ ବିଦେଶକୁ ଛୁଟି କାଟିବା ନିମନ୍ତେ ଯାଇଥାନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏକ ବିଦେଶୀ ପର୍ଯ୍ୟଟନ ସଂସ୍ଥା ମଧ୍ୟ ଏ ବାବଦରେ ମତାମତ ଦେଇଛି। ଲୋକେ ଆଗାମୀ ଦିନରେ ଭ୍ରମଣ କରିବାକୁ ଆଗ୍ରହ ପ୍ରକାଶ କରିବେ କି ନାହିଁ, ତାହା ମଧ୍ୟ ଚିନ୍ତାର ପ୍ରସଙ୍ଗ ପାଲଟିଛି। ଇଟାଲୀ, ସ୍ପେନ୍ ପରି ରାଷ୍ଟ୍ର ପୁଣି ପର୍ଯ୍ୟଟକଙ୍କ ଭିଡ଼ରେ ଦୃଶ୍ୟମାନ ହେବ କିମ୍ବା ନାହିଁ, ତାହା ମଧ୍ୟ କହିହେଉନାହିଁ।

Comments are closed.