ପବିତ୍ର ସ୍ଥାନକୁ ଯାତ୍ରା ବେଳେ ଏହି ଭୁଲ ହୋଇପାରେ ଦୁର୍ଘଟଣାର କାରଣ

0

ସବୁବେଳେ ଆମେ ଶୁଣିଥାଉ ଯେ, କୌଣସି ପବିତ୍ର ସ୍ଥାନକୁ ଭଗବାନଙ୍କ ଦର୍ଶନ ନିମନ୍ତେ ଯିବା ବେଳେ କିମ୍ବା ଫେରିବା ବେଳେ ଲୋକମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି କାରଣରୁ କେତେକଙ୍କ ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ। କିନ୍ତୁ କେବେ ଆପଣ ଭାବିଛନ୍ତି କି, କେଉଁ କାରଣରୁ ଏପରି ହୋଇଥାଏ? ଆସନ୍ତୁ ଜାଣିବା ଏହି ରହସ୍ୟ ସମ୍ବନ୍ଧରେ..ଭଗବାନଙ୍କୁ ସ୍ମରଣ:
ଆମେ ପବିତ୍ର ସ୍ଥାନକୁ ଯିବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ କୌଣସି ପବିତ୍ର ସ୍ଥାନକୁ ଯିବା ପୂର୍ବରୁ ମନରେ ସଂକଳ୍ପ ନେବା ଉଚିତ। ଯେଉଁ ସ୍ଥାନକୁ ଯିବାକୁ ସ୍ଥିର କରିଥିଲେ ଭଗବାନଙ୍କୁ ସ୍ମରଣ କରନ୍ତୁ ଯେ, ଭଗବାନ ଆମର ଯାତ୍ରା ସଫଳ କରନ୍ତୁ। ରାସ୍ତାରେ ଆସୁଥିବା ବାଧାବିଘ୍ନକୁ ଦୂର କରିବାରେ ଆମକୁ ସାହାର୍ଯ୍ୟ କରନ୍ତୁ। ଭଗବାନଙ୍କୁ ମନରେ ସ୍ମରଣ କରି ସଂକଳ୍ପ ନ କରିବା ଦ୍ୱାରା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି।
ଇଷ୍ଟ ଦେବାଦେବୀଙ୍କ ପୂଜା:
ଯେକୌଣସି ଯାତ୍ରାରେ ଯିବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ନିଜର ଇଷ୍ଟ ଦେବାଦେବୀଙ୍କୁ ପୂଜା କରନ୍ତୁ। ପୂଜା କରିବା ପରେ ଘରୁ ବାହାରି ଯାତ୍ରା ନିମନ୍ତେ ଯାଆନ୍ତୁ। ଇଷ୍ଟ ଦେବାଦେବୀଙ୍କୁ ପୂଜା ନ କରି ବାହାରକୁ ଯାଆନ୍ତୁ ନାହିଁ।ଅଧା ପୂଜା:
କେବେ ବି ତୀର୍ଥ ଯାତ୍ରା କଲା ବେଳେ ଅଧା ପୂଜା କରି ଯାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦୁର୍ଘଟଣାର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ। ପୂଜା ସମ୍ପୂର୍ଣ୍ଣ କରିବା ପରେ ଯାତ୍ରାରେ ଯାଆନ୍ତୁ।
ଭିକାରୀଙ୍କ ଅପମାନ କରନ୍ତୁ ନାହିଁ:
ଭଗବାନଙ୍କ ଦର୍ଶନ କରିବା ପରେ କେବେ ମଧ୍ୟ ଭିକାରୀଙ୍କ ଅପମାନ କରନ୍ତୁ ନାହିଁ। ଭଗବାନଙ୍କ ଦର୍ଶନ ପରେ ଭିକାରୀଙ୍କୁ କିଛି ଦାନ କରନ୍ତୁ। ମାନ୍ୟତା ଅନୁଯାୟୀ, ଭଗବାନ ଭିକାରୀ ରୂପରେ ଆସି ନିଜ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

Leave A Reply