ନଜର ଦୋଷ ଦୂର କରିବା ସହ ଧନପ୍ରାପ୍ତିରେ ମଧ୍ୟ ସହାୟକ ହୋଇଥାଏ ଲବଙ୍ଗ

ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା’ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ ଖରାପ ନଜର ଲାଗିଥାଏ। ଖରାପ ନଜର କେବଳ ଛୋଟ ପିଲାଙ୍କୁ ନୁହେଁ ବରଂ ଘର କିମ୍ବା କାର୍ଯ୍ୟାଳୟରେ ମଧ୍ୟ ପଡ଼ିଥାଏ। ଯଦ୍ୱାରା ବ୍ୟବସାୟ ଆଦିରେ କ୍ଷତି ହେବା ସହ ଘରେ ଅଶାନ୍ତି ମଧ୍ୟ ଲାଗିରହେ। ତେବେ ଏହି ନଜର ଦୋଷରୁ ରକ୍ଷା ପାଇବା ପାଇଁ ତନ୍ତ୍ର ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି। ଖୁବ୍‍ କମ୍‍ ଲୋକେ ଏହା ଜାଣିଥିବେ ଯେ ନଜର ଦୋଷ ଦୂର କରିବାରେ ଲବଙ୍ଗ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲବଙ୍ଗ ଦ୍ୱାରା ନଜର ଦୋଷ ଦୂର କରିବାର ଉପାୟ ବିଷୟରେ –

– ପିଲାଙ୍କ ଉପରେ ଲାଗିଥିବା ନଜର ଦୋଷ ଦୂର କରିବା ପାଇଁ ରବିବାର ଓ ମଙ୍ଗଳବାର ଦିନ ଗୋଟିଏ ଲବଙ୍ଗକୁ ତା’ ଉପରେ ବୁଲାଇ ଫୋପାଡ଼ି ଦିଅନ୍ତୁ।
– ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଉତ୍ପନ୍ନ ହେଉଛି ତେବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୋଟିଏ ଲବଙ୍ଗ ନିଜ ଉପରେ ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ।
– ଭଗବାନଙ୍କ ଆରତୀ କରିବା ସମୟରେ ଦୀପରେ ୨ଟି ଲବଙ୍ଗ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସବୁ ଅଧା କାମ ପୂରା ହୋଇଯାଇଥାଏ।
– ଧନ ପ୍ରାପ୍ତି ପାଇଁ ଲବଙ୍ଗର ଉପାୟ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ୨ଟି ଲବଙ୍ଗକୁ ସୋରିଷ ତେଲର ଦୀପରେ ପକାଇ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ।

Comments are closed.