ଟୋଟେମ ଇନଫାଷ୍ଟ୍ରକଚର ନାମରେ ୧୩୯୪ କୋଟିର ଠକେଇ ଅଭିଯୋଗ

0

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ବହୁ କୋଟି ଟଙ୍କା ଠକେଇ ଘଟଣା ପରେ ନୂଆ ନୂଆ ବ୍ୟାଙ୍କ ଋଣ ଠକେଇ ଘଟଣା ପଦାକୁ ଆସିବାରେ ଲାଗିଛି । ଏ କ୍ରମରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଅଭିଯୋଗ କ୍ରମେ ସିବିଆଇ ଟୋଟେମ ଇନଫାଷ୍ଟ୍ରକଚର ଲିମିଟେଡର ନିର୍ଦେଶକ କବିତାଙ୍କ ନାମରେ ମାମଲା ରୁଜୁ କରିଛି । ଟୋଟେମ ଇନଫାଷ୍ଟ୍ରକଚର ନାମରେ ୧୩୯୪.୪୩ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରାଯାଇଛି । କମ୍ପାନୀ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ୮ ବ୍ୟାଙ୍କରୁ ଋଣ ନେଇଥିଲା । ଏହି ଋଣକୁ ୨୦୧୨ ଜୁନ୍‌ ମାସରେ ଏନପିଏ ଘୋଷିତ କରାଯାଇଥିଲା । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡଷ୍ଟ୍ରିଆଲ ଫାଇନାନ୍ସ ବ୍ରାଞ୍ଚ ୩୧୩ କୋଟି ଟଙ୍କାର ଋଣ ଦେଇଥିଲା । ସିବଆଇ ପ୍ରମୋଟର୍ସ ଏବଂ ନିର୍ଦେଶକଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି । ପ୍ରକାଶ ଯେ ଗୋଟିଏ ଦିନ ପୂର୍ବରୁ ଏସ୍‌ବିଆଇ ସମେତ ୧୪ ବ୍ୟାଙ୍କ ପକ୍ଷରୁ ଅଳଙ୍କାର ବ୍ୟବସାୟୀ ସଂସ୍ଥା କନିଷ୍କ ଗୋଲ୍ଡ ନାମରେ ୮୨୪.୧୫ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିଲା । ଏହି ଘଟଣାରେ ସିବିଆଇ କନିଷ୍କ ଗୋଲ୍ଡର ନିର୍ଦେଶକ ଭୂପେଶ କୁମାର ଜୈନ ଏବଂ ତାଙ୍କ ପତ୍ନୀ ନୀତା ଜୈନଙ୍କଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply