ଦେଶରେ ୩୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

- ୨୪ ଘଣ୍ଟାରେ ୫୨୫ ନୂଆ ରୋଗୀ, ମୃତ୍ୟୁ ସଂଖ୍ୟା୭୫

ନୂଆଦିଲ୍ଲୀ: ଦେଶରେ ୩୦୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୫୨୫ ନୂଆ ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ୩୦୭୨ରେ ପହଞ୍ଚିଛି। ଅନୁରୂପ ଭାବରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଦେଶର ବିଭିନ୍ନ ସ୍ଥାନରେ ଆଉ ୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିବା ପରେ ମୃତକଙ୍କ ସଂଖ୍ୟା ୭୫ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Comments are closed.