ଟସ୍‍ରେ ହେଲା ଗିରଫ ନିଷ୍ପତ୍ତି

0

ଜର୍ଜିଆ: ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯିବ କି ନାହିଁ ତାହା ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରେ ନିଷ୍ପତ୍ତି ହୋଇପାରୁ ନଥିଲା। ଶେଷରେ ସେଥିପାଇଁ ପଡ଼ିଲା ଟସ୍‍। ଏହି ଘଟଣା ପରେ ସମ୍ପୃକ୍ତ ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ, ଜଣେ ବାଇକଚାଳକ ତୀବ୍ରଗତିରେ ଗାଡ଼ି ଚଳାଇ ଯାଉଥିôଲେ। ସେଠାରେ ମୁତୟନ ଦୁଇ ମହିଳା ପୁଲିସ କର୍ମଚାରୀ ଗାଡ଼ି ଚାଳକଙ୍କୁ ଅଟକାଇଥିଲେ। ଜୋରରେ ଗାଡ଼ି ଚଳାଇବା ଆଇନତଃ ଅପରାଧ ଏବଂ ସେଥିପାଇଁ ଗାଡ଼ିଚାଳକଙ୍କୁ ଗିରଫ କରାଯିବା କଥା। କିନ୍ତୁ ଜରୁରୀ କାମ ଥିବାରୁ ଜୋରରେ ଗାଡ଼ି ଚଲାଇ ଯାଉଥିବା ଗାଡ଼ି ଚାଳକ ଜଣକ ସ୍ପଷ୍ଟୀକରଣରେ କହିଥିଲେ। ଏହାପରେ ତାଙ୍କୁ ଗିରଫ କରାଯିବ କି ନାହିଁ ତାହାକୁ ନେଇ ଦୁଇ ପୁଲିସ କର୍ମଚାରୀଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଶେଷରେ ଟସ୍‍ ପକାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଡ୍‍ ପଡ଼ିଲେ ଗିରଫ, ଟେଲ ପଡ଼ିଲେ ଛାଡ଼ି ଦିଆଯିବ ବୋଲି ଦୁଇ ପୁଲିସ କର୍ମଚାରୀଙ୍କ ମଧ୍ୟରେ ରାଜିନାମା ହୋଇଥିଲା। ଟେଲ୍‍ ପଡ଼ିବାରୁ ବାଇକ ଚାଳକଙ୍କୁ ଗିରଫ କରାଯାଇଥିଲା।

Leave A Reply