ସ୍ୱାମୀର ନିର୍ଯାତନା ସହିନପାରି ରାତି ସାରା ଥାନାରେ ରହିଲେ ମହିଳା

ଭୁବନେଶ୍ୱର: ଆଜ୍ଞା ମୋତେ ରକ୍ଷା କରନ୍ତୁ। ନହେଲେ ମୋ ସ୍ବାମୀ ମତେ ମାରିଦେବେ। ଏଭଳି କାକୁତି ମିନତି ହୋଇ ଜଣେ ମହିଳା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଅସହ୍ୟ ନିର୍ଯାତନାର ସମ୍ମୁଖୀନ ହୋଇ ଶେଷରେ ଥାନାରେ ଆଶ୍ରୟ ନେଇଛନ୍ତି ଜଣେ ମହିଳା। ଏହି ଘଟଣା ଶନିବାର ରାତି ପ୍ରାୟ ଗୋଟାଏରେ ନୂଆପଲ୍ଲୀ ଥାନାରେ ଘଟିଛି।

ମହିଳା ଜଣକ ଥାନାକୁ ଆସି ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ପ୍ରତ୍ୟେକ ଦିନ ରାତିରେ ନିଶାସକ୍ତ ଅବସ୍ଥାରେ ଆସି ମାରପିଟ୍ କରନ୍ତି। ସ୍ତ୍ରୀକୁ ଖୋଜି ସ୍ୱାମୀ ଥାନାରେ ପହଞ୍ଚିବା ପରେ ମହିଳା ଜଣକ ତାଙ୍କ ସହିତ ଘରକୁ ଯିବାକୁ ରାଜି ହୋଇନଥିଲେ। ଅପରପକ୍ଷରେ ସ୍ୱାମୀକୁ ଗିରଫ କରିବା ଦାବିରେ ରାତି ତମାମ ଥାନାରେ ବସି ରହିଥିଲେ।

Comments are closed.