ଅଧିକ ଯୌତୁକ ଦାବିରେ ବୋହୂକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଯାଜପୁର : ଯାଜପୁର ଥାନା ଇଟାଚଇତି ଗାଁରେ ଗୁରୁବାର ଅଧିକ ଯୌତୁକ ଦାବିରେ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୋହୂ ନିଜେ ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ, ଗାଁର କ୍ଷୀରୋଦ ଯେନାଙ୍କ ପତ୍ନୀ ସୁମିତ୍ରାଙ୍କୁ ଅଧିକ ଯୌତୁକ ଦାବି କରି ଶାଶୁ, ଶ୍ୱଶୁର ଏବଂ ନଣଦ ମାଡ଼ ମାରି ଲହୁଲୁହାଣ କରିଥିଲେ। ସୁମିତ୍ରାଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିବା ସେ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସ୍ୱାମୀ କ୍ଷୀରୋଦ ଘରେ ନଥିବା ବେଳେ ଏଭଳି ଆକ୍ରମଣ ହୋଇଛି। ସେଥିପାଇଁ ଆକ୍ରମଣକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷୀରୋଦ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.