ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ

0

ପୁରୀ : ପୁରୀ ସମୁଦ୍ର ଉପକୂଳରେ ଗତ କିଛି ଦିନ ଧରି ଅଲିଭ ରିଡ଼ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳୁଛି। ଏହାକୁ ନେଇ ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। କଇଁଛମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ନଭେମ୍ବର ୧ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୫ କିଲୋମିଟର ଅଞ୍ଚଳରେ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଅଲିଭ ରିଡ଼ଲେ ସୁରକ୍ଷା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହୋଇଛି। କିଛି ମତ୍ସ୍ୟଜୀବୀ ଆଇନକୁ ବେଖାତିର କରି ରାତିରେ ଟ୍ରଲର ମାଧ୍ୟମରେ ମାଛ ମାରୁଥିବା ମଧ୍ୟ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ , ସୁରକ୍ଷା ପାଇଁ ପୁରୀ ଉପକୂଳରେ କୋଷ୍ଟାଗାର୍ଡ଼ର ଜାହାଜ ପଇଁତରା ମାରୁଥିବା ପୁରୀ ବନ୍ୟଖଣ୍ଡ ପ୍ରାଣୀ ଅଧିକାରୀ କହିଛନ୍ତି। ତେବେ ଯେଉଁମାନେ ବେଆଇନ ଫିସିଂ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରାଣୀ ଅଧିକାରୀ କହିଛନ୍ତି।

Leave A Reply