‘ତୋର୍‍ବାଜ୍‍’ ସହ ଖୁବଶୀଘ୍ର ଦର୍ଶକଙ୍କ ନିକଟକୁ ଫେରୁଛନ୍ତି ସଞ୍ଜୁ ବାବା

ମୁମ୍ବଇ: କର୍କଟ ସହ ଲଢିବା ପରେ ଖୁବ୍‍ଶୀଘ୍ର ଦର୍ଶକଙ୍କ ନିକଟକୁ ଫେରୁଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ। ଡିସେମ୍ବର ୧୧ ତାରିଖରେ ରିଲିଜ୍‍ ହେବ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୋର୍‍ବାଜ୍‍’। ଡିଜିଟାଲ୍‍ ପ୍ଲାଟ୍‍ଫର୍ମ ନେଟ୍‍ଫ୍ଲିକ୍ସରେ ଏହା ଦର୍ଶକଙ୍କ ସାମ୍ନାକୁ ଆସିବ। ୨୦୧୭ରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏଥିରେ ସଞ୍ଜୟଙ୍କ ସହ ନର୍ଗିସ୍‍ ଫାକ୍‍ରେଙ୍କୁ ଦେଖିବାକୁ ମିଳିବ।

ଫିଲ୍ମର ଟ୍ରେଲରକୁ ସଞ୍ଜୟ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହାର କାହାଣୀ ଆଫଗାନସ୍ତାନର ପ୍ରକୃତ ଚିତ୍ର ଉପରେ ଆଧାରିତ। ଏଥିରେ ସଂଜୁ ବାବାଙ୍କୁ ନାସିର ଖାନଙ୍କ ଭୂମିକାରେ ଦେଖିବାକୁ ମିଳିବ, ଯିଏ କି ଆଫଗାନିସ୍ତାନର ରିଫ୍ୟୁଜି କ୍ୟାମ୍ପରେ ଥିବା ପିଲାମାନଙ୍କ ଭବିଷ୍ୟତକୁ ସୁଧାରିବା ପାଇଁ କ୍ରିକେଟ୍ ଖେଳର ସାହାରା ନେଇଛନ୍ତି ।

Comments are closed.