ଟର୍ଣ୍ଣାଡୋ ପ୍ରଭାବରେ ଆମେରିକାରେ ୨୩ ମୃତ

0

ଆଲବାମା—ଆମେରିକାର ଆଲବାମାରେ  ଝଡ ବାତ୍ୟା(ଟର୍ଣ୍ଣାଡୋ) ପ୍ରଭାବରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ରବିବାରରେ ଦୁଇଟି ଟର୍ଣ୍ଣାଡୋ ଆଲବାମାରର ଫେନିକ୍ସ ସହରରେ ପ୍ରଳୟ ସୃଷ୍ଟିକରିଥିଲା । ଏଥିଯୋଗୁଁ ଅନେକ ଗଛ ଓ ଖୁଣ୍ଟି ଉପୁଡି ଯିବା ସହ   ଘର କ୍ଷତିଗ୍ରସ୍ତ ହୋଇଥିଲା ।ଦୁଇଟି ଟର୍ଣ୍ଣାଡୋ ରବିବାରରେ ଫେନିକ୍ସସହରରେ ପ୍ରଳୟ ସୃଷ୍ଟି କରିଥିଲେ ।ଏଥିଯୋଗୁଁ ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  ବିଦ୍ୟୁତ ସରୋବରାହ  ବାଧାପ୍ରାପ୍ତ ହୋଇଛି ।

ଟର୍ଣ୍ଣାଡୋ ଯୋଗୁଁ  ଘଣ୍ଟା ପ୍ରତି ୨୫୪ରୁ ୩୩୧ କିଲୋମିଟର ବେଗରେ ପବନ ବହିଥିଲା ।  ରାତିରେ ପବନର ବେଗ ବୃଦ୍ଧି ପାଇଥିଲା । ଘର ଭୁଶୁଡି ପଡିବାରୁ କିଛି ଲୋକ ଏହାତଳେ ଚାପି ହଇ ରହିଥିବା ଆଶଙ୍କା କରାଯାଉଛି । ଘର କ୍ଷତିଗ୍ରସ୍ତ ହୋଇଛି ।ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଭିନ୍ନ ଡାକ୍ତରଖାନାରେ ୫୦ରୁ ଅଧିକ ଲୋକ ଏବେ ଚିକିତ୍ସିତ ହେଉଛନ୍ତି । ଏହାର ମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

 

Leave A Reply