କରୱାଚୌଥରେ ଘରେ ହୁଅନ୍ତୁ ପାର୍ଲର ଭଳି ମେକ୍‌ଅପ୍‌; ଆପଣାନ୍ତୁ ଏହି ଟିପ୍ସ

କରୱାଚୌଥରେ ମହିଳାମାନେ ନବ ବଧୂ ବେଶରେ ସଜେଇ ହୋଇଥାଆନ୍ତି। ରଙ୍ଗବେରଙ୍ଗ ଶାଢୀ ଓ ଭାରି ଓଜନର ଅଳଙ୍କାର ପିନ୍ଧିଥାନ୍ତି। ଏହା ସହ ମେକ୍ଅପ୍ ପ୍ରତି ମଧ୍ୟ ଧ୍ୟାନ ଅଧିକ ଦେଇଥାନ୍ତି। ବିବାହକୁ ଯେତେ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ବାମୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମହିଳାମାନେ ସର୍ବଦା ଚେଷ୍ଟା କରନ୍ତି। ସେଥିପାଇଁ ଆମେ ଆପଣଙ୍କୁ କିଛି ବିଶେଷ ମେକ୍‌ଅପ୍ ଟିପ୍ସ ଜଣାଇବୁ ଯାହା ଦ୍ବାରା ଆପଣ ଖୁବ୍‌ ସୁନ୍ଦର ଦେଖାଯିବା ସହ ଅନ୍ୟମାନଙ୍କ ଠାରୁ ନିଆରା ଲାଗିବେ।

ଯଦି ଘରେ ମେକ୍‌ଅପ୍‌ କରୁଛନ୍ତି ତେବେ ବ୍ଲଶର ବ୍ୟବହାର ନିଶ୍ଚୟ କରନ୍ତୁ। ଏହା ଦ୍ବାରା ଚେହେରାରେ ପ୍ରାକୃତିକ ସୁନ୍ଦରତା ନଜର ଆସିଥାଏ। ଯଦି ଆପଣଙ୍କ ପାଖରେ ବ୍ଲଶର ନାହିଁ ତେବେ ଆପଣ ଗୋଲାପ ବା ନାଲି ରଙ୍ଗ ଲିପଷ୍ଟିକ କୁ ଆଙ୍ଗୁଳିରେ ନେଇ ଚିକ୍ ରେ ଲଗାନ୍ତୁ ଏବଂ ଅଙ୍ଗୁଳିରେ ବା ବ୍ରଶରେ ପିନିସିଂ ଟଚ୍ ଦିଅନ୍ତୁ।

ମେକ୍‌ଅପ୍‌ ପୂର୍ବରୁ ଚେହେରାରେ ମଇଶ୍ଚରାଇଜର ଲଗାନ୍ତୁ। ଆଖିରେ ଲାଇନର ଲଗାଇବା ପୂର୍ବରୁ ସୁନେଲୀ ରଙ୍ଗର ଆଇଶାଡୋ ଲଗାନ୍ତୁ। ଏହା ସହ ହାଇଲାଇଟର ମଧ୍ୟ ବ୍ୟବହାର କରନ୍ତୁ। ଏହା ସହ ଆଇବ୍ରୋକୁ ଠିକ୍ ଆକାର ଓ ରଙ୍ଗ ଦେବାକୁ ଭୁଲନ୍ତୁ ନାହିଁ।

ଏବେ ସ୍ମୋକି ଲୁକ୍ ଟ୍ରେଣ୍ଡ ଚାଲିଥିବାରୁ ବ୍ରାଉନ୍ ଏବଂ ବ୍ଳାକ୍ ଆଇଶାଡୋ ମିଶାଇ ଲଗାନ୍ତୁ। ଏହା ପରେ ଲାଇନର ଲଗାନ୍ତୁ।

ଲିପଷ୍ଟକ୍ ଲଗାଇବା ପୂର୍ବରୁ ମ୍ୟାଚିଙ୍ଗ ଲିପ୍ ଲାଇନରରେ ଓଠକୁ ଏକ ସେପ୍ ବା ଆକାର ଦିଅନ୍ତୁ। ଏହା ପରେ ସେପ୍ ଅନୁସାରେ ଲିପ୍‌ଷ୍ଟିକ୍ ଲଗାନ୍ତୁ। ଏହା ଦ୍ବାରା ଲିପଷ୍ଟକ୍ ଅଧିକ ସମୟ ରହିଥାଏ।

Comments are closed.