ଟମାଟୋ, ପିଆଜ ଏବଂ ଆଳୁର ଉତ୍ପାଦନ ବୃଦ୍ଧି ; ଅପରେସନ୍‍ ଗ୍ରୀନ୍‍କୁ ଅନୁମୋଦନ

0

ନୂଆଦିଲ୍ଲୀ : ଟମାଟୋ, ପିଆଜ ଏବଂ ଆଳୁର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ସୋମବାର ଅପରେସନ୍‍ ଗ୍ରୀନ୍‍ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଦେଶରେ ଏହି ସାମଗ୍ରୀଗୁଡ଼ିକ ସବୁବେଳେ ଉପଲବ୍ଧ ହେବା ସହିତ ଦର ବୃଦ୍ଧି ମଧ୍ୟ ନିୟନ୍ତ୍ରଣ ହୋଇପାରିବ।୨୦୧୮-୧୯ ବଜେଟ୍‍ ଅଧିବେଶନରେ ଅପରେସନ୍‍ ଗ୍ରୀନ୍‍ ଯୋଜନା ଆରମ୍ଭ କରିବା ପାଇଁ ଘୋଷଣା କରାଯାଇଥିଲା। ଏଥିରେ ୫୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା ରଖାଯାଇଥିଲା। ଯାହାଦ୍ୱାରା ଟମାଟୋ, ପିଆଜ ଓ ଆଳୁର ଯୋଗାଣ ସହଜ ହୋଇପାରିବ। ଏହି ପନିପରିବା ଗୁଡ଼ିକର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅନେକ ସମୟରେ ସଙ୍କଟରେ ପଡ଼ୁଛନ୍ତି ବୋଲି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‍ସିମ୍‍ରତ୍‍ କୌର ବାଦଲ୍‍ କହିଛନ୍ତି। ଅପରେସନ୍‍ ଗ୍ରୀନ୍‍ ଯୋଜନାକୁ ଏକ ବୈପ୍ଳବିକ ଯୋଜନା ଭାବେ ବର୍ଣ୍ଣନା କରିବା ସହିତ ଏହା ହିତାଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି।

Leave A Reply