ଅଧାପନ୍ତରିଆ ରାସ୍ତା କାମ; କିନ୍ତୁ ଜୋର୍ ଧରିଛି ଟୋଲ ଆଦାୟ

ରେଙ୍ଗାଲି କ୍ୟାମ୍ପ : ମୁମ୍ବାଇ-କଲିକତା ମୁଖ୍ୟ ଜାତୀୟ ରାଜପଥ ଏକ ବ୍ୟସ୍ତ ବହୁଳ ରାଜପଥ। ସରକାର ଲୋକଙ୍କ ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ୬ନଂ ଜାତୀୟ ରାଜପଥକୁ ସମ୍ପ୍ରସାରଣ କରି ୫୩ନଂ ଜାତୀୟ ରାଜପଥରେ ପରିଣତ କରିବାକୁ ଥିବା ବେଳେ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୁର୍ଣ୍ଣ ଭାବରେ ଛାଡି ଦେଇ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଟୋଲ ଟିକସ ଆଦାୟ କରିବାରେ ମସଗୁଲ ରହୁଛି। ତେବେ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଅଶୋକା ବିଲଡ଼କାନ ଦୀର୍ଘ ୬ବର୍ଷରୁ ଅଧିକ ରାଜରାସ୍ତାକୁ ଅସମ୍ପୂର୍ଣ୍ଣ ରଖି କିପରି ଭାବେ ଟୋଲ ଟିକସ ଆଦାୟ କରୁଛି। ଦିନରାତି ଏହି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୁର୍ଣ୍ଣ ରକ୍ତମୁଖା ରାଜରାସ୍ତା ଦେଇ ହଜାର ହଜାର ଗାଡି ମଟର ସହ ଲୋକେ ଯିବା ଆସିବା କରି ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣାଘଟି ମୁଣ୍ଡ ପରେ ମୁଣ୍ଡ ଗଡି କେତେବେଳେ ମାଆ କୋଳ ଶୁନ୍ୟ ହେଇଛି ତ ଆଉ କେତେ ପିଲା ମାଆ-ବାପ ଛେଉଣ୍ଡ ହେଇଛନ୍ତି। ଆଉ କେତେବେଳେ ସଧବା ମଥାରୁ ସିନ୍ଦୁର ଲିଭିଛି ତ କେତେ ଦୁର୍ଘଟଣା ଗ୍ରସ୍ତ ହୋଇ ବର୍ଷ ବର୍ଷ ଧରି ପଙ୍ଗୁ ହୋଇ ମୃତ୍ୟୁ କୁ ଅପେକ୍ଷା କରିଛନ୍ତି। ତେବେ ଏହି ରାଜରାସ୍ତା ଦେଇ ପ୍ରତିଦିନ ନେତା ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସାଇରନ ମାରି ଯାଉଛନ୍ତି ହେଲେ କାହାରି ଦୃଷ୍ଟି ଗୋଚର ହେଉନଥିବା ବଡ଼ ଆଶ୍ଚର୍ଯ୍ୟର ବିଷୟ ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜରାସ୍ତା ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ହୋଇ ଲୋକଙ୍କ ପାଇଁ ମରଣ ଯନ୍ତା ସାଜିଛି ।
Comments are closed.