ରିଲିଜ୍ ହେଲା ‘ତୁଫାନ’ର ଟିଜର, ଦମ୍‌ଦାର୍‌ ଲୁକ୍‌ରେ ଫରହାନ୍‌

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଫରହାନ ଅଖତର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତୁଫାନ’ର ଟିଜର ଶୁକ୍ରବାର ରିଲିଜ ହୋଇଛି। ଏଥିରେ ଫରହାନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଫର୍‌ହାନଙ୍କ ବ୍ୟତୀତ ପରେଶ ରାୱଲ, ମୃଣାଳ ଠାକୁର, ସୁପ୍ରିୟା ପାଠକ କପୁର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଏଥିରେ ଫରହାନ୍‌ ଡୋଙ୍ଗ୍ରିର ଜଣେ ଗୁଣ୍ଡା ଭୂମିକାରେ ଅବତୀର୍ଣ୍ଣ, ଯିଏ କି ଜଣେ ଜାତୀୟସ୍ତରୀୟ ବକ୍ସର ହେବା ପାଇଁ ନିଷ୍ପତ୍ତି ନେଉଛନ୍ତି। ଜଣେ ଗୁଣ୍ଡାରୁ ଜାତୀୟସ୍ତରର ବକ୍ସରର ସଂଘର୍ଷ କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଟିଜରରେ ଏହାର କିଛି ଝଲକ ଦେଖିବାକୁ ମିଳିଛି। ଏହି ସ୍ପୋର୍ଟସ୍‌-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର ଆମାଜନ ପ୍ରାଇମ୍ ଭିଡିଓରେ ଚଳିତ ବର୍ଷ ମେ ୨୧ ତାରିରେ ମୁକ୍ତିଲାଭ କରିବ।

Comments are closed.