‘ଅଧିକ ଗଣତନ୍ତ୍ର’ ସଂସ୍କାରରେ ବାଧକ: ଅମିତାଭ କାନ୍ତ

ନୂଆଦିଲ୍ଲୀ : ଅତ୍ୟଧିକ ଗଣତନ୍ତ୍ର ଦେଶର ସଂସ୍କାର କ୍ଷେତ୍ରରେ ବାଧକ ସାଜିଛି। ସେଥିପାଇଁ ସଂସ୍କାର କାର୍ଯ୍ୟକ୍ରମ ସଫଳ ହେଉ ନାହିଁ। ଭାରତରେ ଅତ୍ୟଧିକ ଗଣତାନ୍ତ୍ରିକ ବିଚାରଧାରା ଯୋଗୁଁ ସଂସ୍କାରମୂଳକ ନିଷ୍ପତ୍ତି ନେବା କଷ୍ଟକର। ଏଭଳି ମନ୍ତବ୍ୟ ଦେଇଛନ୍ତି ନିତି ଆୟୋଗ ମୁଖ୍ୟ ଅମିତାଭ କାନ୍ତ। କେନ୍ଦ୍ରର ଏନ୍‌ଡିଏ ସରକାର ବିକାଶ ଉଦ୍ଦେଶ୍ୟରେ ଆବଶ୍ୟକ ସଂସ୍କାର ପାଇଁ ରାଜନୈତିକ ଇଚ୍ଛା ଶକ୍ତି ପ୍ରଦର୍ଶନ କରିବା ସହ କଠିନ ପ୍ରୟାସ ଚଳାଇଛନ୍ତି; କିନ୍ତୁ ଅତ୍ୟଧିକ ଗଣତାନ୍ତ୍ରିକ ବ୍ୟବସ୍ଥା ଏ କ୍ଷେତ୍ରରେ ବାଧକ ସାଜୁଛି।

କେନ୍ଦ୍ର ସରକାର ସଂସ୍କାରର ଯେଉଁ ରିଲେ ବାଡ଼ି ଧରାଉଛନ୍ତି ରାଜ୍ୟ ସରକାରମାନେ ଏହାକୁ ଆଗକୁ ବଢ଼ାଇନେବା ଉଚିତ। ଏହା ଦ୍ବାରା ଆବଶ୍ୟକ କ୍ଷେତ୍ରରେ ସଂସ୍କାର କ୍ଷୀପ୍ରତର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଖଣି, କୋଇଲା​, ଶ୍ରମ, ଶକ୍ତି, କୃଷି ଭଳି କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପ୍ରତିଯୋଗିତାପୂର୍ଣ୍ଣ ହେବା ଉଚିତ। ଭାରତରେ ଏଭଳି ବ୍ୟବସ୍ଥା କଷ୍ଟାସାଧ୍ୟ; କାରଣ ଏଠାରେ ଗଣତନ୍ତ୍ର ଅଧିକ। ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ବଳରେ ଏହାକୁ ଅତିକ୍ରମ କଲେ ସଂସ୍କାର ସମ୍ଭବ ବୋଲି ସେ କହିଛନ୍ତି।

Comments are closed.